Khabriya News App.

Bailey Fry

Upload Video
Log out

କେଶେଇବାହାଲ ଗ୍ରାମ ପଞ୍ଚାୟତର ଡଙ୍ଗାଯୋର ଗ୍ରାମର ପଡାବାସୀ ପାଣି ସମସ୍ୟା ନେଇ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

148 views
0Watch Time: 0 sec

ବର୍ତ୍ତମାନ ଖରାର ଉତାପ ଧୀରେ ଧୀରେ ବୃଦ୍ଧି ହେବାରେ ଲାଗିଛି ।ବିଭିନ୍ନ ସ୍ଥାନରେ ପାଣିର ସମସ୍ଯା ଦେଖିବାକୁ ମିଳିଛି । କୁଚିଣ୍ଡା ଉପଖଣ୍ଡ କେଶାଇବାହାଲ ଡଙ୍ଗାଜୋର ର ଏକ ପଡାବାସି ତାଙ୍କର ଗ୍ରାମଦେଇ ଯାଇଥିବା ନାଳ ପୋଖରୀକୁ ବ୍ୟବହାର କରି ଗାଧୋଇବା ସହିତ ଅନେକ କାର୍ଯ୍ଯରେ ବ୍ୟବହାର କରିଥାନ୍ତି। କିନ୍ତୁ ସେହି ସେହି ସ୍ଥାନରୁ ମଟର ବ୍ୟବହାର କରି ପାଣିନେଇ ଚାଷ ସହିତ ଅନ୍ୟାନ୍ୟ କାର୍ଯ୍ୟରେ ବ୍ଯବହାର କରିଥିବା ଯୋଗୁଁ ଏବେ ସେହି ସ୍ଥାନରେ ପାଣିର ସମସ୍ଯା ଦେଖିବାକୁ ମିଳିଛି ।ଯାହାଫଳରେ ଗ୍ରାମବାସୀ ଗାଧୋଇବା ସହିତ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି। ଦୁଷିତ ପାଣିରେ ଗାଧୋଇବା ଯୋଗୁଁ ଅନେକ ରୋଗରେ ପଡୁଥିବା ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଆଜି ପଡାବାସୀ କୁଚିଣ୍ଡା ସହକାରୀ ଜିଲ୍ଲାପାଳ ହର୍ମେନ୍ଦ୍ର ଭୋଇଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହିତ ଏହାର ତଦନ୍ତ କରି ପାଣି ସମସ୍ଯା ଦୂର କରିବାକୁ କହିଛନ୍ତି।

About:

Video Location : Kuchinda

Duration : 01:33 mins

Date Time : April 12th 2021, 12:14:55 pm

Khabriya News App.