Khabriya News App.

Bailey Fry

Upload Video
Log out

କୁଚିଣ୍ଡା ବ୍ଲକ କୁଟୁରାଛୁଆଁ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମାନଙ୍କ ଅନୁପସ୍ଥିତ ହେବା ଯୋଗୁଁ ଏ ଅଂଚଳର ରୋଗୀମାନେ ଡାକ୍ତରଖାନାକୁ ଆସି ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ଦେଖିବାକୁ ମିଳିଛି ।

113 views
0Watch Time: 0 sec

କୁଚିଣ୍ଡା ବ୍ଲକ କୁଟୁରାଛୁଆଁ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମାନଙ୍କ ଅନୁପସ୍ଥିତ ହେବା ଯୋଗୁଁ ଏ ଅଂଚଳର ରୋଗୀମାନେ ଡାକ୍ତରଖାନାକୁ ଆସି ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ଦେଖିବାକୁ ମିଳିଛି ।ଏଠାରେ ନିଯୁକ୍ତି ଡାକ୍ତର ସପ୍ତାହକରେ ମାତ୍ର ଦୁଇ ତିନି ଦିନ ପାଇଁ ଆସିଥାନ୍ତି ଏବଂ ଅଳ୍ପ ସମୟ ରହି ପୁଣି ଚାଲି ଯାଇଥାନ୍ତି | ଫଳ ରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି ।ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ ରୋଗୀ ମାନଙ୍କୁ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି।ଆଜି ଫାର୍ମାସିଷ୍ଟ ଛୁଟିରେ ଥିବାରୁ ବହୁସଂଖ୍ୟାରେ ରୋଗୀ ଡାକ୍ତରଖାନାକୁ ଆସି ବାରଣ୍ଡା ଓ ଅନ୍ୟାନ୍ୟରେ ବସି ରହି ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଥିଲା ଦାୟିତ୍ୱରେ ଥିବା ମହିଳା ଆୟୁଷ ଡାକ୍ତର ବହୁ ବିଲମ୍ୱରେ ଆସି ରୋଗୀ ଦେଖିଥିବା ଜଣାପଡିଛି । ତୁରନ୍ତ ଏ ଦିଗରେ ମେଡିକାଲ ପ୍ରଶାସନ ଡାକ୍ତରମାନଙ୍କୁ ନିୟମିତ ଡାକ୍ତରଖାନାରେ ଉପସ୍ଥିତ ରହି ଚିକିତ୍ସା କରିବାକୁ ଜନସାଧାରଣ ଦାବୀ କରିଛନ୍ତି ।

About:

Video Location : Kuchinda

Duration : 01:33 mins

Date Time : April 25th 2021, 6:38:13 am

Khabriya News App.