Khabriya News App.

Bailey Fry

Upload Video
Log out

କୁଚିଣ୍ଡା ମନ୍ତ୍ରୀମୁଣ୍ଡା ବ୍ରଦର ଫୁଟବଲ କ୍ଲବର ସଦସ୍ୟ ଜାତୀୟ ଫୁଟବଲ ଦଳ ପାଇଁ ଚୟନ ହୋଇଥିବା 'ବିନୟ କିସାନ'ଙ୍କୁ ସମ୍ବର୍ଦ୍ଧନା।

1386 views
0Watch Time: 0 sec

କୁଚିଣ୍ଡା ମନ୍ତ୍ରୀମୁଣ୍ଡା ବ୍ରଦର ଫୁଟବଲ କ୍ଲବର କୁଚିଣ୍ଡା ମାଟିର ଯୁବ ଖେଳାଳୀ ବିନୟ କିସାନ ଫୁଟବଲ ଖେଳରେ ରାଜ୍ୟ ସ୍ତରୀୟ ସଫଳତା ପରେ ଜାତୀୟ ସ୍ତରରେ ଖେଳିବା ପାଇଁ Steel Authority of India, କଲିକତା ଦ୍ୱାରା ଚୟନିତ ହୋଇଛନ୍ତି। ଏହା ସହିତ ଅଣ୍ଡର ୧୯ ଜାତୀୟ ଖେଳାଳି ଭାବରେ ସେ ମହୋନ ବାଗାନ ଠାରେ କୋଚିଂ ନେବା ସହିତ ପାଠ ପଢିବା ସମସ୍ତ ବିଷୟକୁSteel Authority of India, କଲିକତା ବୁଝିବ ବୋଲି ଜଣାପଡିଛି। ଏହା ଜାଣିବା ପରେ ବିଭିନ୍ନ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ଏଣୁ ଆଜି ସନ୍ଧ୍ୟା ୬ଘଣ୍ଟା ସମୟରେ ମନ୍ତ୍ରିମୁଣ୍ଡା ଠାରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ,କୁଚିଣ୍ଡା ସମ୍ବାଦିକ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ଶର୍ମ୍ମା, ଜିଲ୍ଲା ସାମ୍ବାଦିକ ସଭାପତି ପ୍ରଭାତ ବେହେରା ପ୍ରମୁଖ ଅଞ୍ଚଳର ବିଭିନ୍ନ ସଂଗଠନ କର୍ମକର୍ତ୍ତା ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। କୋଭିଡ଼ ନୀୟମ ପାଳନ ପୂର୍ବକ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

About:

Video Location : Kuchinda

Duration : 01:33 mins

Date Time : April 11th 2021, 3:18:22 pm

Khabriya News App.