Khabriya News App.

Bailey Fry

Upload Video
Log out

କୁଚିଣ୍ଡା ବ୍ଲକ କୁଲେଇଗଡ ଗ୍ରାମରେ କ୍ଷେତରେ କେହି ଜଣେ ନିଆଁ ଲଗାଇଦେଇଥିବାରୁ ଜଣଙ୍କ ବାଇକ ଜଳିଯାଇଥିବା ଜଣାପଡିଛି ।

83 views
0Watch Time: 0 sec

କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁଲେଇଗଡ ଗ୍ରାମ ପଞ୍ଚାୟତର କୁଡାପଡା ଗ୍ରାମ ରେ କ୍ଷେତରେ ନିଆଁ ଲାଗି ମଟରସାଇକେଲଟି ଜଳି ଯାଇଥିବା ଅଭିଯୋଗ ହୋଇଛି । କେହି ଜଣେ ବ୍ୟକ୍ତି ଜମିରେ ନିଆଁ ଲଗାଇଦେଇଥିବାବେଳେ ନିଆଁ ଧିରେ ଧିରେଲାଗି ଗଛ ତଳେ ଥିବା ତେଜରାଜ ଭୋଇ ଙ୍କ ସି.ବି.ଜେଡ.ମୋଟର ସାଇକେଲ ଜଳିଯାଇଥିଲା ।ତେଜରାଜ ମାଛ ମାରିବାକୁ ଯାଇଥିବାବେଳେ ମାଛ ମାରି ଆସି ଦେଖିଲାବେଳକୁ ଗାଡି ଜଳିଯାଇଛି ।ଯାଇଛି |ଗାଡି ନୁମ୍ବର OR15L0899 ହୋଇଥିବା ବେଳେ ସେ ସଦ୍ୟ ଦୁର୍ୟୋଧନ ବଢ଼ାଇ ଙ୍କ ଠାରୁ କିଣି ସତ୍ୟପାଠ କରାଇଥିଲେବି କରୋନା ପରିସ୍ଥିତି ଯୋଗୁଁ ମାଲିକ ବଦଲାଇ ପାରିନଥିଲେ କହିଥିଲେ | ଶ୍ରୀ ଭୋଇ ଆଜି କୁଚିଣ୍ଡା ଥାନା ରେ ଅଭିଯୋଗ କରିଥିବା ସହିତ ଦୁଇ ଜଣ ମହିଳା ଙ୍କ ଉପରେ ସନ୍ଦେହ କରୁ ଥିବା ଉଲ୍ଲେଖ କରିଛନ୍ତି ପ୍ରକାଶ ଥାଉକି ଏଇ ଅଗ୍ନିକାଣ୍ଡ ଯୋଗୁଁ ଉଠାଜଳ ସେଚନ ପାଇଁ ଉର୍ଦ୍ଦିଷ୍ଟ ଲାଇନି ତାର ଟି ସମ୍ପୂର୍ଣ୍ଣପୋଡି ଯାଇଥିବା ବେଳେ ବର୍ତ୍ତମାନ ୫୦ ଏକର ଜମିର ରବି ଫସଲ ସଂକଟ ରେ ଅଛି || କୁଚିଣ୍ଡା ପୋଲିସ ଘଟଣା ର ତଦନ୍ତ କରୁଛନ୍ତି |

About:

Video Location : Kuchinda

Duration : 01:33 mins

Date Time : April 12th 2021, 12:21:33 pm

Khabriya News App.