Khabriya News App.

Bailey Fry

Upload Video
Log out

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଟୁନିଆଁମୁଣ୍ଡା ଗ୍ରାମରୁ ଆସିଛି ଜଳସେଚନ ପ୍ରକଳ୍ପ ଚୋରି ଅଭିଯୋଗ......

206 views
1Watch Time: 0 sec

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସୋହେଲା ପଂଚାୟତ ଟୁନିଆଁମୁଣ୍ଡା ଗ୍ରାମରେ ଆସିଛି ଏକ ଜଳସେଚନ ପ୍ରକଳ୍ପ ଚୋରୀ ଅଭିଯୋଗ l ଟୁନିଆ ମୁଣ୍ଡା ଗ୍ରାମର ଚାଷୀ ଶଙ୍କର ପାଣ୍ଡେଙ୍କ ମା ନାଁରେ ଏକ ଜଳସେଚନ ପ୍ରକଳ୍ପ ଥିଲେ ମଧ୍ଯ ତାଙ୍କ ଜମିକୁ ପାଣି ମାଡୁ ନ ଥିବା ଓ ତାଙ୍କ ମାଁ ଭଗବତୀ ମୃତ୍ୟୁ ହୋଇଯାଇଛି । କିନ୍ତୁ ମୃତ ଭଗବତୀଙ୍କ ନାମରେ ବିଦ୍ୟୁତ ବିଲ ଆସୁଛି l ହେଲେ ଶଙ୍କର ନିଜ ଜମିକୁ ଜଳସେଚନ କରିବାରୁ ବଂଚିତ ହେଉଥିବା ସେ ଅଭିଯୋଗ କରିଛନ୍ତି l ଶଙ୍କର ପାଣ୍ଡେଙ୍କ ଅଭିଯୋଗ ଅନୁସାରେ ଗ୍ରାମର ରାଜିନ୍ଦ୍ର ସାହା ନାମକ ବ୍ୟକ୍ତି ଶଙ୍କର ପାଣ୍ଡେଙ୍କ ମା ଭଗବତୀ ପାଣ୍ଡେଙ୍କ ଜାଲ କାଗଜ ପତ୍ର ତିଆରି କରି ଏକ ଉଠା ଜଳସେଚନ ପ୍ରକଳ୍ପ କରିଛନ୍ତି l ହେଲେ ବିଦ୍ୟୁତ ବିଲ ଭଗବତୀ ପାଣ୍ଡେଙ୍କ ନାଁରେ ଆସିବା ପରେ ଶଙ୍କର ତାଙ୍କର ଏକ ଉଠା ଜଳସେଚନ ପ୍ରକଳ୍ପ ରହିଥିବା ଜାଣିବାକୁ ପାଇଥିଲେ l ବିଦ୍ୟୁତ ବିଭାଗ ପାଖରେ ଅଭିଯୋଗ କରିବା ପରେ ବିଦ୍ୟୁତ ବିଭାଗ ତାଙ୍କ କଥା ନ ଶୁଣି ବାରମ୍ବାର ବିଦ୍ୟୁତ ବିଲ ଦେବାରେ ଚାଲିଛନ୍ତି l ତେବେ ଜାଲ କାଗଜପତ୍ର ବଳରେ ସରକାରୀ କର୍ମଚାରୀଙ୍କୁ ହାତେଇ ଭଗବତୀ ପାଣ୍ଡେଙ୍କ ନାମ ସଂଯୋଗ କରାଯାଇଛି l ପ୍ରକଳ୍ପ ଥିଲେ ବି ଶଙ୍କର ପାଣି ପାଉ ନାହାଁନ୍ତି କି ତାଙ୍କ ନାଁରୁ ବିଦ୍ୟୁତ ବିଲ ବାତିଲ କରାଯାଉ ନ ଥିବା ଅଭିଯୋଗ ହୋଇଛି। ତେଣୁ ଏହାର ପ୍ରକୃତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଅଭିଯୋଗକାରୀ ଶଙ୍କର ପ୍ରଶାସନ ପାଖରେ ଦାବି କରିଛନ୍ତି

About:

Video Location : Sonepur

Duration : 01:33 mins

Date Time : April 11th 2021, 6:41:57 am

Khabriya News App.